ନୂଆଦିଲ୍ଲୀ: କରୋନା ଭାଇରସର ବିସ୍ତାରକୁ ଦୃଷ୍ଟିରେ ରଖି ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
ଆସନ୍ତା ୨୬ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଥିବା ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।
ଇସି ମୁଖପାତ୍ର ଶେଫାଲୀ ଶରଣ ଏହି ସ୍ଥଗିତାଦେଶ ଘୋଷଣା କରି କହିଛନ୍ତି ଯେ, ପରେ ମତଦାନ ପାଇଁ ଏକ ନୂତନ ତାରିଖ ଘୋଷଣା କରାଯିବ।
ସଂସଦର ୫୫ଟି ସିଟ୍ ପାଇଁ ଆସନ୍ତା ମାର୍ଚ୍ଚ ୨୬ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ୩୭ ଜଣ ପ୍ରାର୍ଥୀ ବିନା ପ୍ରତିଯୋଗିତାରେ ନିର୍ବାଚିତ ହୋଇସାରିଛନ୍ତି ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଅବଶିଷ୍ଟ ୧୮ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ପିଟିଆଇ ସୂତ୍ରରୁ ପ୍ରକାଶ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ ୫୦୦ କରୋନାଭାଇରସ୍ ପଜେଟିଭ ମାମଲା ରିପୋର୍ଟ ହୋଇଛି।
ଭାଇରାଲ୍ ସଂକ୍ରମଣ ମାମଲା ବଢିବା ଯୋଗୁ କର୍ତ୍ତୃପକ୍ଷ ପ୍ରାୟ ସମଗ୍ର ଦେଶକୁ ଲକଡାଉନ କରି ଦେଇଛନ୍ତି । ଲୋକଙ୍କ ସମାବେଶକୁ ବାରଣ କରିଛନ୍ତି ଏବଂ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସଡ଼କ, ରେଳ ଏବଂ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି।
Comments are closed.