ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତୀୟ ଅର୍ଥନୀତି ଉପରେ ପଡ଼ିଥିବା ପ୍ରଭାବର ଆକଳନ ତଥା ଅନୁଧ୍ୟାନ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କୋଭିଡ-୧୯ ଅର୍ଥନୈତିକ ରେସପନ୍ସ ଟାସ୍କଫୋର୍ସ ଗଠନ କରାଯାଇଛି ।
ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂଚନା ଦେଇଛନ୍ତି । ଏହି ଟାସ୍କଫୋର୍ସ କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ସମୟରେ ଅର୍ଥନୀତି ନେଇ ବିଭିନ୍ନ ନିଷ୍ପି ଗ୍ରହଣ କରିବ । ସମସ୍ତ ଅଂଶୀଦାର ଓ ଅର୍ଥନୀତି ସହ ଜଡିତ ବ୍ୟକ୍ତି ବିଶେଷଙ୍କ ସହିତ ନିୟମିତ ଯୋଗାଯୋଗରେ ରହି ସେମାନଙ୍କ ମତାମତ ନେଇ ସେହି ଅନୁଯାୟୀ ନିଷ୍ପି ନେବ ଏହି ଟାସ୍କଫୋର୍ସ ।
ଏଥି ସହିତ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଦେଶର ବ୍ୟବସାୟୀ ବର୍ଗଙ୍କୁ ନିଜ ପାଖରେ କାମ କରୁଥିବା କର୍ମଚାରୀମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଦରମା କାଟିବା ଭଳି ପଦକ୍ଷେପ ନନେବାକୁ ଅନୁରୋଧ କରିଛନ୍ତି ।
Comments are closed.