Latest Odisha News

BREAKING NEWS

କୋଭିଡ-୧୯ ପାଇଁ କେରଳ ସରକାର ଘୋଷଣା କଲେ ୨୦ ହଜାର କୋଟି ଟଙ୍କାର ପ୍ୟାକେଜ

କେରଳ: ସାରା ବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଚିନ୍ତାର ବିଷୟ ହୋଇଛି । ଏହି ମହାମାରୀର ମୁକାବିଲା ପାଇଁ ବିଭିନ୍ନ ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦ କ୍ଷେପ ନିଆଯାଉଛି ।

ଏହି କ୍ରମରେ କେରଳ ସରକାର ଜନସାଧାରଣଙ୍କ ପାଇଁ ୨୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟରେ ରହିଛି ୫୦୦ କୋଟିି ଟଙ୍କାର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ପ୍ୟାକେଜ, ଦୁଇ ମାସ ପାଇଁ ଅଗ୍ରୀମ ଭାବେ ସମସ୍ତ ଜନକଲ୍ୟାଣକାରୀ ପେନସନପ୍ରଦାନ ଏବଂ ଦୁଇ ହଜାର କୋଟି ଟଙ୍କାର ନିଶ୍ଚିତ କର୍ମନିଯୁକ୍ତି ଯୋଜନା ।

ଏଥିସହିତ କେରଳ ସରକାରଙ୍କ କୁଦୁମ୍ବଶ୍ରୀ ଯୋଜନା ଜରିଆରେ ୨ହଜାର କୋଟି ଟଙ୍କା ଋଣ ପ୍ରଦାନ ଦିଆଯିବ । ଆହୁରି ମଧ୍ୟ କେରଳ ସରକାର ପ୍ରାୟ ୧୪ ହଜାର କୋଟି ଟଙ୍କା ମୂଲ୍ୟର ବକେୟା ଭରଣା କରିବେ ।

ସାମାଜିକ ପେନସନ ପାଇଁ ଯୋଗ୍ୟ ବିବେଚିତ ହେଉ ନ ଥିବା ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ବାବଦରେ ମୋଟ ୧୩୨୦ କୋଟି ଟଙ୍କା ଦେବା ପାଇଁ ଘୋଷଣା କରାଯାଇଛି ।

୨୦ଟଙ୍କାରେ ଭୋଜନ ବ୍ୟବସ୍ଥା ପାଇଁ ମଧ୍ୟ ୫୦ କୋଟି ଟଙ୍କା ରଖାଯାଇଥିବା ବେଳେ ଆବଶ୍ୟକ କରୁଥିବା ପରିବାରମାନଙ୍କୁ ଖାଦ୍ୟଶସ୍ୟ ମାଗଣାରେ ଦେବା ପାଇଁ ୧୦୦କୋଟି ଟଙ୍କା ଘୋଷଣା କରାଯାଇଛି । କେରଳରେ କୋଭିଡ ୧୯ ପଜିଟିଭ ରୋଗୀଙ୍କ ସଂଖ୍ୟା ୨୫ରେ ପହିଛି ।

Leave A Reply

Your email address will not be published.