Latest Odisha News

BREAKING NEWS

ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଏକତ୍ର ହେବା ମନା: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଭୁବନେଶ୍ୱର ଗୀତଗୋବିନ୍ଦ ସଦନରୁ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ କରୋନାଭାଇରସ ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକଙ୍କୁ ଏକତ୍ର ରହିବା ମନା । ରାଜ୍ୟରେ କରୋନା ବ୍ୟତୀତ ଅନ୍ୟ କୌଣସି ସଭା ହୋଇପାରିବ ନାହିଁ । ରାଜ୍ୟରେ ବିଭିନ୍ନ ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁକୁ ନେଇ ଦେଇଥିବା ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଥିବା ମଧ୍ୟ ସୁବ୍ରତ ବାଗଚୀ କହିଛନ୍ତି । ରବିବାର ଦିନ ସମସ୍ତ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାବ୍ୟତୀତ ସମସ୍ତ ଡାକ୍ତର, ନର୍ସ, ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି । ସ୍ୱାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ନଦେବାକୁ ଅନୁରୋଧ କରିଛନ୍ତି ।

ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ସଉଦା, ପନିପରିବା, ମାଂସ, ଚିକେନ, ମାଛ, ଅଣ୍ଡା ଆଦି ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ । ସମସ୍ତ ସର୍ବସାଧାରଣ ବାହାନଗୁଡିକ ସହର ମଧ୍ୟରେ ବିକଳ୍ପ ଦିନ ଗୁଡିକରେ ଚଳାଚଳ ହେବ । ସମସ୍ତ ହୋଟେଲ ଗୁଡିକୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.