Latest Odisha News

ବସ୍ ଯୋଗେ ଆଜି କୋଟାରୁ ଓଡିଶା ଫେରିବେ ୯୭୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବଂ ଛାତ୍ରମାନଙ୍କୁ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଗୁରୁବାର ଦିନ ରାଜସ୍ଥାନର କୋଟାରୁ ଓଡିଶା ପାଇଁ ୯୭୫ ଜଣ ଛାତ୍ର ବସ୍ ଯୋଗେ ଫେରିବା ନେଇ ସୂଚନା ମିଳିଛି ।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଛାତ୍ରଛାତ୍ରୀ ମାନେ ପରିବହନ ପାଇଁ ନିଜସ୍ୱ ବ୍ୟବସ୍ଥା କରିଛନ୍ତି । ଯେଉଁଥି ପାଇଁ ରାଜ୍ୟ ସରକାର ରୁଟ ଅନୁମତି ଦେବା ସହ ସେମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି।

ରାଜ୍ୟ ସରକାର ଏହି ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ଜିଲ୍ଲାରେ ପହଞ୍ଚିବା ପରେ କ୍ଵରେଣ୍ଟାଇନରେ ରହିବା ସହ ଲକଡାଉନ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.