Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ; ଆଜିଠାରୁ ଖୋଲିଲା ଏହିସବୁ ଦୋକାନ ବଜାର

ନୂଆଦିଲ୍ଲୀ: ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଶନିବାର ଠାରୁ ଖୋଲିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଉକ୍ତ ନିର୍ଦ୍ଦେଶାନାମା ଅନୁଯାୟୀ, ସମସ୍ତ ସ୍ବତନ୍ତ୍ର ଦୋକାନ, ଆବାସିକ କମ୍ପ୍ଲେକ୍ସରେ ଥିବା ଦୋକାନ, ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଏବଂ ପ୍ରତିଷ୍ଠାନ ଆଇନରେ ପଞ୍ଜୀକୃତ ହୋଇଥିବା ଦୋକାନ ଖୋଲିବ।

ହେଲେ ଏହି ଅନୁମତି ସପିଂ କମ୍ପ୍ଲେକ୍ସ ଏବଂ ମଲ୍ ପାଇଁ ପ୍ରଯୁଜ୍ୟ ନୁହେଁ।

ଆହୁରି ମଧ୍ୟ ସାମାଜିକ ଦୂରତା ନିୟମକୁ କଡାକଡି ଭାବରେ ପାଳନ କରିବା ଏବଂ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ ଦୋକାନ ଖୋଲିପାରିବେ। ଏହାଛଡା ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ତେବେ କଣ୍ଟେନମେଣ୍ଟ ଜୋନ୍ କିମ୍ବା ହଟସ୍ପଟ୍ ଗୁଡିକରେ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ।

ସିନେମା ହଲ୍, ମଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ଥିଏଟର, ବାର୍, ଅଡିଟୋରିୟମ୍, ଏବଂ ଆସେମ୍ବଲି ହଲ୍ ଗୁଡିକ ଆସନ୍ତା ମେ ୩ ତାରିଖ ତଥା କଟକଣା ହଟିବା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.