Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ; ଜୁନ୍ ୧୭ ଯାଏଁ ବନ୍ଦ ରହିବ ଏହି ୨ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ସୀମିତ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଓଡ଼ିଶା ସରକାର ଅନୁମତି ଦେବାର ଗୋଟିଏ ଦିନ ପରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଜୁନ୍ ୧୭ ପର୍ଯ୍ୟନ୍ତ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି।

ଏହାବ୍ୟତୀତ କ୍ଲାସ ରୁମ ଶିକ୍ଷାଦାନ ସ୍ଥଗିତ ରହିବାକୁ ଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଜୁନ୍ ୧୭ ପର୍ଯ୍ୟନ୍ତ ଅନଲାଇନ୍ ଜରିଆରେ କ୍ଲାସ୍ କରିବ।

ତେବେ ଉଭୟ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ପୂର୍ବପରି ଡ୍ୟୁଟିରେ ଯୋଗଦେବେ ବୋଲି ସୂଚନା ମିଳିଛି।

Comments are closed.