Latest Odisha News

BREAKING NEWS

କରୋନା ନିୟମ ଉଲ୍ଲଂଘନ କରି ଗିରଫ ହେଲେ ପପୁ ଯାଦବ

ପାଟନା: କରୋନା ନିୟମ ଉଲ୍ଲଂଘନ କରିଥିବାରୁ ମଙ୍ଗଳବାର ଜନ ଅଧିକାର ପାର୍ଟିର ନେତା ପପୁ ଯାଦବଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଟୁଇଟ କରି ପପୁ ଏ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋତେ ଗିରଫ କରାଯାଇ ପାଟନାର କେଗାନ୍ଧୀ ଥାନାକୁ ଅଣାଯାଇଛି । କରୋନା କାଳରେ ଜୀବନକୁ ବାଜି ଲଗାଇ ଅପରାଧ ବିରୋଧ ଲଢ଼ିବା ଯଦି ଅପରାଧ, ତା ହେଲେ ମୁଁ ଅପରାଧୀ । ପିଏମ ସାହେବ, ସିଏମ ସାହେବ ଜେଲ ଭେଜ ଦୋ ଝୁଙ୍କୁଙ୍ଗା ନେହି, ରୁକୁଙ୍ଗା ନେହି । ବେଇମାନଙ୍କୁ ବେନକାବ କରିବି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ମନ୍ତ୍ରୀ ଅନେକଗୁଡିଏ ଆମ୍ବୁଲାନ୍ସ ଲୁଚାଇ ରଖିଛନ୍ତି ବୋଲି ପପୁ ଯାଦବ ଭିଡିଓ କରି ସୋସିଆଲ ସାଇଟରେ ଛାଡିଥିଲେ । ଏହାର ପ୍ରକୃତ ସତ୍ୟ ସମ୍ମୁଖକୁ ଆସି ନ ଥିଲେ ମଧ୍ୟ ରାଜୀବ ଏବଂ ପପୁ ଏ ନେଇ ମୁହାଁ ମୁହିଁ ହୋଇଥିଲେ । ପାଟନା ପୋଲିସ ଅନୁସାରେ ସେ କରୋନା ନିୟମ ଉଲ୍ଲଂଘନ କରିବାରୁ ଗିରଫ ହୋଇଛନ୍ତି । ଆଉ ଆମେ କିଛି ଜାଣିନୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.