ଅହମ୍ମଦାବାଦ : ୪ ସହରରେ ୧୫ଫେବ୍ରୁୟାରୀ ଯାଏ ଜାରି ରହିବ ନାଇଟ୍ କର୍ଫ୍ୟୁ । ଗୁଜରାଟ ସରକାର ଅହମ୍ମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ କରୋନା ଭାଇରସର ପ୍ରସାର ରୋକିବା ପାଇଁ ଲାଗୁ ରାତ୍ରିକାଳୀନ କର୍ଫ୍ୟୁକୁ ୧୫ ଫେବ୍ରୁୟାରୀ ଯାଏ ବଢ଼ାଇ ଦେଇଛନ୍ତି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାତ୍ରୀକାଳୀନ କର୍ଫ୍ୟୁର ସମୟକୁ ପରିବର୍ତ୍ତନ କରି ଏବେ ରାତି ୧୦ଟାରୁ ସକାଳ ୬ଟା ବଦଳରେ ଏବେ ରାତି ୧୧ଟାରୁ ସକାଳ ୬ଟା ଯାଏ କରି ଦିଆଯାଇଛି ।
ନଭେମ୍ୱରରେ ଦୀପାବଳୀ ପରେ କୋଭିଡ୍-୧୯ ମାମଲାରେ ବୃଦ୍ଧି ହେବାରେ ସରକାର ଏହି ୪ଟି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଥିଲେ । ସେ ଘୋଷଣା କରିଥିଲେ କି ରାତ୍ରୀକାଳୀନ କର୍ଫ୍ୟୁ ୩୧ ଜାନୁୟାରୀ ଯାଏ ଲାଗୁ ରହିବ , ହେଲେ ବର୍ତ୍ତମାନ ସମୟରେ ଏକ ଘଣ୍ଟା ହ୍ରାସ କରିଦିଆ ଯାଇଛି ।
Comments are closed.