Latest Odisha News

BREAKING NEWS

କେନ୍ଦୁଝରର ଏହି ସହରରେ ୭ ଦିନିଆ ସଟଡାଉନ

କେନ୍ଦୁଝର: ୧୧ଟି ନୂଆ କୋଭିଡ-୧୯ ସ୍ଥାନୀୟ ମାମଲା ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଟାଉନକୁ ଏକ ସପ୍ତାହ ପାଇଁ ସଟଡାଉନ କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଯେ କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ରବିବାର ଠାରୁ ସମଗ୍ର ସହର ଏକ ସପ୍ତାହ ଯାଏଁ ସଟଡାଉନରେ ରହିବ। ଏହି ସମୟ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ ଏବଂ ଆକ୍ଟିଭ ସର୍ଭିଲାନ୍ସ କରାଯିବ।

ଏହି ସାପ୍ତାହିକ ସଟଡାଉନରେ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସମସ୍ତ ବ୍ୟବସାୟ ତଥା ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ ବୋଲି ସେ କହିଛନ୍ତି।

Comments are closed.