Latest Odisha News

୨୦୨ ଦିନ ସଂଘର୍ଷ ପରେ କରୋନାକୁ ହରାଇଲେ ୪୫ ବର୍ଷୀୟା ମହିଳା

ସୁରଟ: ଗୁଜରାଟର ଗୀତା ଧାର୍ମିକ ନାମକ ଜଣେ ୪୫ ବର୍ଷୀୟା ମହିଳା ୨୦୨ ଦିନ ଧରି କରୋନା ସହ ସଂଘର୍ଷ କରିବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧ ମେ’ରେ ସେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦାହେଦା ରେଲୱେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ପତି ତ୍ରିଲୋକ ଧାର୍ମିକ ରେଲୱେ ଚାକିରୀ କରିନ୍ତି । ଚିକିତ୍ସା ସମୟରେ ଗୀତା କେତେବେଳେ ଭଲ ହେଇ ଯାଉଥିଲେ ଆଉ କେତେବେଳେ ଗୁରୁତର ହୋଇ ପଡିଥିଲେ । କ୍ରମାଗତ ଭାବେ ତାଙ୍କୁ ଭେଂଟିଲେଟର ଓ ଅକ୍ସିଜେନ ସପୋର୍ଟରେ ରଖା ଯାଉଥିଲା ।

ଗୀତା ଏବଂ ତ୍ରିଲୋକ ତାଙ୍କ ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଭୋପାଳ ଯାଇଥିଲେ । ସେଠାରେ ସେ କରୋନା କବଳରେ ପଡିଥିଲେ । ଡାକ୍ତରଖାନାରୁ ଛୁଟି ପାଇ ଘରକୁ ଫେରିବା ବେଳେ ସାହି ପଡିଶା ବାଣ ଫୁଟାଇ ମିଠା ବାଂଟି ଗୀତାଙ୍କୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.