Latest Odisha News

BREAKING NEWS

୨ଟି ନୂତନ ଟିମ ସହ ୨୦୨୨ ଆଇପିଏଲ ଭାରତରେ ହେବ

ମୁମ୍ବାଇ: ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ହେବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ସଚିବ ଜୟ ଶାହା କହିଛନ୍ତି । ୨ଟି ନୂଆ ଟିମ ସହ ରୋମାଂଚଭରା ଆଇପିଏଲ ଭାରତୀୟ ଦର୍ଶକ ଘରୋଇ ପରିବେଶରେ ଏଥର ଉପଭୋଗ କରିବେ ବୋଲି ସେ ଦି ଚାମ୍ପିୟନ୍ସ କଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଆଗକୁ ନିଲାମ ପ୍ରକ୍ରିୟା ମଧ୍ୟ ବଡ ଧରଣର ହେବ ବୋଲି ଶାହ କହିଛନ୍ତି । ସୂଚନାଯୋଗ୍ୟ, ୨୦୨୧ ସଂସ୍କରଣ କରୋନା ମହାମାରୀ ଯୋଗୁ ଅଧାରୁ ବନ୍ଦ କରାଯାଇ ୟୁଏଇରେ ଆୟୋଜିତ କରାଯାଇଥିଲା ।

BjdElectrycity

ଅକ୍ଟୋବରରୁ ଭାରତରେ ଆନ୍ତର୍ଜାତୀୟ କ୍ରିକେଟ ଫେରିବା ଫଳରେ ପ୍ରଶଂସକମାନଙ୍କ ମନରେ ପୁନର୍ବାର ରୋମାଂଚ ଭରିବା ଆରମ୍ଭ ହୋଇଛି । ଚେନ୍ନାଇ ମ୍ୟାଚ ଏଥର ଆପଣମାନେ ଚେପକରେ ଦେଖିପାରିବେ ବୋଲି ଏହି ଅବସରରେ ଶାହ କହିଥିଲେ ।

Leave A Reply

Your email address will not be published.