ନୂଆଦିଲ୍ଲୀ: ଦେଶରେ ଗଲା ୨୪ ଘଂଟା ମଧ୍ୟରେ ୬୯୩ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଂଚିଛି । ତେବେ ଏହି ୪୦୬୭ଟି ମାମଲା ମଧ୍ୟରୁ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା ଅଛନ୍ତି । ଏଥିରୁ ସ୍ପଷ୍ଟ ଯେ କରୋନା ଭାଇରସ ଦ୍ୱାରା ପୁରୁଷମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଏମାନଙ୍କ ମଧ୍ୟରେ ୪୭ ପ୍ରତିଶତ ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତି ହୋଇଥିବା ବେଳେ ୩୪ ପ୍ରତିଶତ ୪୦-୬୦ ବର୍ଷର ବ୍ୟକ୍ତି ଓ ମାତ୍ର ୧୯ ପ୍ରତିଶତ ୬୦ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ବୋଲି ସେ କହିଛନ୍ତି । ସେହିପରି ଗତ ୨୪ ଘଂଟା ମଧ୍ୟରେ କରୋନାରେ ସଂକ୍ରମିତ ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୦୯ରେ ପହଂଚିଛି । ଅନ୍ୟପଟେ ୪୦୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୪୫ଟି ମାମଲା ତବଲିଗି ଜମାତ ସହ ଜଡିତ ବୋଲି ଲବ ଅଗ୍ରୱାଲ କହିଛନ୍ତି ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଏପର୍ୟ୍ୟନ୍ତ ୧୧୦୦ କୋଟି ଟଙ୍କା ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି । ଆଜି ମଧ୍ୟ ଆଉ ୩ହଜାର କୋଟି ରିଲିଜ କରାଯାଇଛି ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ଶ୍ରୀବାସ୍ତବ କହିଛନ୍ତି ଯେ ଏପର୍ୟ୍ୟନ୍ତ ସାରା ଦେଶରେ ମୋଟ ୨୫ ହଜାର ତବଲିଗି ଜମାତ ଲୋକଙ୍କୁ ଏକାନ୍ତବାସରେ ରଖାଯାଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.