Latest Odisha News

BREAKING NEWS

ବଢୁଛି ସଂକ୍ରମଣ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଢେଙ୍କାନାଳର ଏହି ସରକାରୀ କାର୍ଯ୍ୟାଳୟ

ଢେଙ୍କାନାଳ: କରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଢେଙ୍କାନାଳ ହିନ୍ଦୋଲ ଏନଏସି କାର୍ଯ୍ୟାଳୟ । ଏନେଇ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସୋମବାର ସୂଚନା ଦେଇଛନ୍ତି । କାର୍ଯ୍ୟାଳୟକୁ ଅଗଷ୍ଟ ୧୭ ତାରିଖ ସକାଳ ୭ ଟାରୁ ଅଗଷ୍ଟ ୨୦ ତାରିଖ ସକାଳ ୬୭ ଟା ଯାଏଁ ସିଲ୍ କରାଯାଇଛି।

ତେବେ ଏହି ସମୟରେ କଣ୍ଟାକ୍ଟ ଟ୍ରେସିଂ କରାଯିବ ଏବଂ ୧୪ ଦିନ ପର୍ଯ୍ୟନ୍ତ ହୋମ ଆଇସଲେସନରେ ରଖାଯିବ । ଏହି ଅଞ୍ଚଳ ଉପରେ ନଜରରେ ରଖାଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂଲଗ୍ନ ଅଞ୍ଚଳଗୁଡିକ ବଫର୍ ଜୋନ୍ ଭାବରେ ଘୋଷଣା କରାଯାଇ ନାହିଁ।

Leave A Reply

Your email address will not be published.