Latest Odisha News

BREAKING NEWS

୭ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ

ଭୁବନେଶ୍ୱର: ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରି ଦେଇଛି । ଆଜିଠୁ ୭ ଦିନ ପାଇଁ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି । ଏହି ସମୟରେ ବିନା ଅନୁମତିରେ ବାହାର ଲୋକ କୋର୍ଟ କମ୍ପ୍ଲେକ୍ସକୁ ଯାଇ ପାରିବେନି । କେବଳ ବିଏମସି କର୍ମଚାରୀଙ୍କୁ ମିଳିବ ଅନୁମତି ।

କୋର୍ଟ କାର୍ଯ୍ୟ ଅନଲାଇନରେ ହେଉଥିବା ବେଳେ ଏକାଧିକ ଆଇନଜୀବୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରି ଦେଇଛି । ଫଳରେ କୋର୍ଟ କମ୍ପ୍ଲେକ୍ସ ମେ’ ୫ ଯାଏ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ । ଏହି ସମୟରେ କୋର୍ଟ ପରିସରକୁ ବିଶୋଧନ କରାଯିବ ।

Leave A Reply

Your email address will not be published.