Latest Odisha News

BREAKING NEWS

ନମୁନା ପରୀକ୍ଷଣରେ ଦେଶର ଆଉ ଏକ ସଫଳତା: ମୋଟ ପରୀକ୍ଷଣ ୯ କୋଟି ଟପିଲା

ନୂଆଦିଲ୍ଲୀ: ଜାନୁୟାରୀ ୨୦ ରୁ ଆଜି ମଧ୍ୟରେ କରୋନା ନମୁନା ପରୀକ୍ଷଣ ରେକର୍ଡ ୯ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୫,୦୧୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ସଂଖ୍ୟା ୯,୦୦,୯୦,୧୨୨ରେ ପହଞ୍ଚିଛି ।

ଦେଶର ୧୯୦୦ ରୁ ଅଧିକ ପରୀକ୍ଷାଗାରରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ନମୁନା ପରୀକ୍ଷଣ ସାମର୍ଥ୍ୟ ବହୁଗୁଣିତ ହୋଇପାରିଛି ।

ଏବେ ଦୈନିକ ୧୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି । କ୍ରମବର୍ଦ୍ଧିଷ୍ଣୁ ନମୁନା ପରୀକ୍ଷା ଭିତ୍ତିଭୂମି ବିକାଶ ଯୋଗୁଁ ଏତେ ସଂଖ୍ୟକ ନମୁନା ଦୈନିକ ପରୀକ୍ଷା କରିବା ସମ୍ଭବ ହୋଇପାରିଛି । ଦେଶରେ ୧୧୧୨ ଟି ସରକାରୀ ଓ ୮୨୩ଟି ବେସରକାରୀ ଏହିପରି ମୋଟ ୧୯୩୫ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

ଦେଶବ୍ୟାପୀ ଅଧିକରୁ ଅଧିକ ପରୀକ୍ଷା ଫଳରେ ଜାତୀୟ ପଜିଟିଭ ହାର ମଧ୍ୟ ହ୍ରାସ ପାଇଛି ।ସଂକ୍ରମଣ ହାର ବହୁ ପରିମାଣରେ ରୋକାଯାଇ ପାରିଥିବା ଏଥିରୁ ଜଣାପଡିଛି । ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ ହାର ଜାତୀୟ ହାର ତୁଳନାରେ କମ ରହିଛି । ମୋଟ ପଜିଟିଭ ହାର ୮.୦୪ ପ୍ରତିଶତ ଥିବା ବେଳେ ଏହା ନିୟମିତଭାବେ ହ୍ରାସ ପାଇବାରେ ଲାଗିଛି ।

ଦେଶବ୍ୟାପୀ ଅଧିକ ନମୁନା ପରୀକ୍ଷଣ ଦୃଷ୍ଟିରୁ ପଜିଟିଭ ମାମଲାଗୁଡିକ ସଅଳ ଚିହ୍ନଟ ହେବା ସହ ତଥ୍ୟ ତଦାରଖ ଜରିଆରେ ସେଗୁଡିକୁ ସଠିକ ଠାବ କରିବା ତଥା ସମୟୋଚିତ ଉପଚାର (ଉଭୟ ହସ୍ପିଟାଲ ଓ ଘରୋଇ) ସମ୍ଭବ ହେଉଛି ।

ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ।ନିକଟରେ ଦେଶରେ ଦେଖାଯାଇଥିବା ନୂତନସଂକ୍ରମଣ ମାମଲା ତୁଳନାରେ ଆରୋଗ୍ୟ ସଂଖ୍ୟା ମଧ୍ୟ ନୀରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି ।ସେ ଦୃଷ୍ଟିରୁ ସକ୍ରିୟ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇ ୮,୨୬,୮୭୬ରେ ପହଞ୍ଚିଛି ।ଏହା ମୋଟ ସଂକ୍ରମିତଙ୍କ ମାତ୍ର ଶତକଡା ୧୧.୪୨ ପ୍ରତିଶତ ବୋଲି ଜଣାପଡିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୭୪,୬୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩,୫୦୯ ଜଣ ସଂକ୍ରମିତ ହୋଇଛନ୍ତି ।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ସୁସ୍ଥତା ହାରରେ ଉନ୍ନତି ଘଟି ଏହା ୮୭.୦୫ପ୍ରତିଶତରେ ପହଞ୍ଚିଛି ।

ମୋଟ ୬୩,୦୧,୮୨୭ ଜଣ ସୁସ୍ଥ ହୋଇଥିବାବେଳେ ସୁସ୍ଥ ଓ ସକ୍ରିୟଙ୍କ ମଧ୍ୟରେ ପାର୍ଥକ୍ୟ ୫୪,୭୫,୦୫୧ରେ ପହଚିଛି ।ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ସଂଖ୍ୟା ମଧ୍ୟ ନିୟମିତ ବୃଦ୍ଧି ପାଉଛି । ଶତକଡା ୭୯ ଭାଗ ନୂତନ ମାମଲା ୧୦ଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଓଡିଶା ଏବଂ ଦିଲ୍ଲୀ ।ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୫ ହଜାର ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.