Latest Odisha News

BREAKING NEWS

ଧାୱନ, ଆୟାରଙ୍କ ଅର୍ଦ୍ଧଶତକ: ଦିଲ୍ଲୀ କ୍ୟାପିଟାଲ୍ସ-୧୬୧/୭

ଦୁବାଇ:ଚଳିତ ଆଇପିଏଲର ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେଉଛି । ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ବିଜୟ ପାଇଁ ୧୬୨ ରନ ଆବଶ୍ୟକ କରୁଛି । ଶିଖର ଧାୱନ ଓ ଅଧିନାୟକ ଶ୍ରେୟାଶ ଆୟରଙ୍କ ଅର୍ଦ୍ଧଶତକ ଯୋଗୁ ଦିଲ୍ଲୀ ଆଭରେଜ ସ୍କୋର କରିପାରିଥିଲା ।

ଧାୱନ ୩୩ ବଲରୁ ୬ ଚୌକା ଓ ୨ଛକା ସହାୟତାରେ ୫୭ ଏବଂ ଆୟାର ୪୩ ବଲରୁ ୩ ଚୌକା ଓ ୨ଛକା ସହାୟତାରେ ୫୩ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ୩ଟି ଓ ଜୟଦେବ ଉଦାଡକଟ ୨ଟି ଉଇକେଟ ହାସଲ କରିଥିଲେ ।

Leave A Reply

Your email address will not be published.