Latest Odisha News

କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କ ସୂଚନା; ଘର ଭିତରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ କହିଛନ୍ତି। ରାଜ୍ୟ ସରକାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କରୋନା ମାମଲାର ୩୫ ପ୍ରତିଶତ ସଂକ୍ରମଣ ଘର ଭିତରେ ହୋଇଛି।

“ଯେତେବେଳେ ଘରର ଜଣେ ବ୍ୟକ୍ତି ସଂକ୍ରମିତ ହୁଏ, ଏହା ସମସ୍ତଙ୍କୁ ସଂକ୍ରମିତ କରେ। ଏହାର କାରଣ ହେଉଛି ହୋମ କ୍ୟାଣ୍ଟିନ ଗାଇଡଲାଇନକୁ କଡାକଡି ପାଳନ କରାଯାଉ ନାହିଁ। ଯେଉଁମାନେ ଘରେ କ୍ବାରେଣ୍ଟାଇନ ସୁବିଧା ଅଛି ସେମାନେ ଗୃହ ସଙ୍ଗରୋଧରେ ରହିପାରିବେ ଏବଂ ଯେଉଁମାନଙ୍କ ସେସବୁ ସୁବିଧା ନାହିଁ ସେମାନେ କୋଭିଡ କେନ୍ଦ୍ରକୁ ସ୍ଥାନାନ୍ତର ହେବା ଉଚିତ ବୋଲି ଭିନା ଜର୍ଜ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି।

ଏଥିସହ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ ଗୃହ ସଙ୍ଗରୋଧ ପାଇଁ କିଛି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Comments are closed.