Latest Odisha News

BREAKING NEWS

ରାଜଧାନୀରେ ଆଉ ୨ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୧୨ ଜଣ ଓମିକ୍ରନ୍ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବାବେଳେ ଅବଶିଷ୍ଟ ୧୨ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଦେଶରେ ଓମିକ୍ରନ୍ ମାମଲା ବଢିବାରେ ଲାଗିଛି। ସୋମବାର ଦିନ କର୍ଣ୍ଣାଟକରେ ପାଞ୍ଚ ଜଣ ନୂତନ ରୋଗୀ ଚିହ୍ନଟ ହେବା ସହିତ ଚିହ୍ନଟ ଦିଲ୍ଲୀରେ ଦୁଇଜଣ ଓମିକ୍ରନ୍‌ ରୋଗୀ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି।

ସରକାରୀ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର ସର୍ବାଧିକ ଓମିକ୍ରନ୍ ମାମଲା ୫୪ ରେ ପଞ୍ଜୀକୃତ ହୋଇଛି, ତା’ପରେ ଦିଲ୍ଲୀ (୨୪), ରାଜସ୍ଥାନ (୧୭) ଏବଂ କର୍ଣ୍ଣାଟକ (୧୯), ତେଲେଙ୍ଗାନା (୨୦), ଗୁଜୁରାଟ (୧୧), କେରଳ (୧୧), ଆନ୍ଧ୍ରପ୍ରଦେଶ (୧), ଚଣ୍ଡିଗଡ଼ (୧), ତାମିଲନାଡୁ (୧) ଏବଂ ପଶ୍ଚିମବଙ୍ଗ (୧))।

Comments are closed.