Latest Odisha News

BREAKING NEWS

ମାରାତ୍ମକ ହେଉଛି ଓମିକ୍ରନ୍‌; ସାମ୍‌ନାକୁ ଆସିଲା ଓମିକ୍ରନ୍‌ ଦ୍ବାରା ବିଶ୍ବରେ ପ୍ରଥମ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ସୋମବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାଭାଇରସର ଓମିକ୍ରନ୍ ପ୍ରଜାତି ଦ୍ବାରା ଦେଶରେ ପ୍ରଥମ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ବ୍ରିଟେନର ଜଣେ ବ୍ୟକ୍ତି କରୋନାଭାଇରସ୍ ର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପଶ୍ଚିମ ଲଣ୍ଡନର ପ୍ୟାଡିଙ୍ଗଟନ୍ ନିକଟରେ ଏକ ଟିକାକରଣ କ୍ଲିନିକ୍ ପରିଦର୍ଶନ ସମୟରେ କହିଛନ୍ତି। ଉଲ୍ଲେଖ ଥାଉ କି ଏହି ପ୍ରଜାତି ଭାରତରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏପର୍ଯ୍ୟନ୍ତ ମୋଟ ୪୧ ଟି ମାମଲା ରିପୋର୍ଟ ହୋଇଛି।

ବର୍ତ୍ତମାନ ସରକାର ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖର ବିଷୟ। ଅନେକ ଲୋକ ଓମିକ୍ରନ୍ ହେତୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି।

Comments are closed.