Latest Odisha News

BREAKING NEWS

ରାଜ୍ୟରେ ୧୭୭ ଛୁଇଁଲା ମାମଲା: କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜାଣନ୍ତୁ

ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା ଭୂତାଣୁ । ରାଜ୍ୟର ୧୬ ଟି ଜିଲ୍ଲାରେ ଏହା ନିଜର କାୟା ବିସ୍ତାର କରିଛି । ଏହା ମଧ୍ୟରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି।

ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆସନ୍ତୁ ଜାଣିବା..

ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୁଚନା ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୫୩ ମାମଲା ସହ ଓଡ଼ିଶାର ଯାଜପୁର ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାପରେ ଖୋର୍ଦ୍ଧା ଜିଲ୍ଲା ୪୭ ସଂକ୍ରମିତଙ୍କ ସହ ରାଜ୍ୟର ୨ୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବେ ଚିହ୍ନଟ ହୋଇଛି ।

ବାଲେଶ୍ଵର ଜିଲ୍ଲାରେ ୨୨ ଜଣ

ଭଦ୍ରକରେ ୨୧ଜଣ,

ସୁନ୍ଦରଗଡ଼ ଜିଲ୍ଲାରେ ୧୨ ଜଣ

ଗଞ୍ଜାମ ଜିଲ୍ଲାରେ ୪ ଜଣ

କେନ୍ଦ୍ରପଡ଼ା ଜିଲ୍ଲାରେ ୨ ଜଣ

କେନ୍ଦୁଝର ଜିଲ୍ଲାରେ ୩ ଜଣ

ବଲାଙ୍ଗୀର ଜିଲ୍ଲାରେ ୨ ଜଣ

ଝାରସୁଗୁଡା ଜିଲ୍ଲାରେ ୨ ଜଣ

କେନ୍ଦ୍ରାପଡା ଜିଲ୍ଲାରେ ୨ ଜଣ

କଳାହାଣ୍ଡି ଜିଲ୍ଲାରେ ୨ ଜଣ

କଟକ ଜିଲ୍ଲାରେ ୨ ଜଣ

ଢେଙ୍କାନାଳ ଜିଲ୍ଲା,ପୁରୀ ଜିଲ୍ଲା ଓ ଦେବଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ ୬୦ ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ୨ଜଣ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ।

Leave A Reply

Your email address will not be published.