Latest Odisha News

BREAKING NEWS

କରୋନା ଅପଡେଟ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩ ହଜାର ନୂଆ ଆକ୍ରାନ୍ତ, ୧୨୬ ମୃତ !

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୪୯,୩୯୧ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।


ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୧୬୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୪୧୨ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଗତ ୨୪ ଘଣ୍ଟା ମଧ୍ୟରର ଭାରତରେ ୨୪ ଘଣ୍ଟାରେ ୨୯୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୧୨୬ ଜଣଙ୍କର ମୃତ ଘଟିଛି । ଅନ୍ୟପଟେ ୨୪ ଘଣ୍ଟାରେ ୧୪୫୬ ଜଣ ସୁସ୍ଥ ହୋଇଛନ୍ତି

କରୋନାରେ ଭାରତର ମହାରାଷ୍ଟ୍ର ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୦୦୦ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦୦ ଟପିଛି ।

Leave A Reply

Your email address will not be published.