Latest Odisha News

BREAKING NEWS

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭିର ଡୋଜ୍ ପିଛା ଦେବାକୁ ପଡ଼ିବ ୯୯୫ ଟଙ୍କା

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ଭିର ଗୋଟିଏ ଡୋଜକୁ ଭାରତରେ ପ୍ରାୟ ୧ ହଜାର ଟଙ୍କା ଦେବାକୁ ପଡ଼ିବ । ଦେଶରେ ସ୍ପୁଟନିକ୍ ଭି ଆମଦାନୀ କରିଥିବା ଡ. ରେଡ୍ଡୀ ଲାବ୍ରୋରୋଟରୀ ପକ୍ଷରୁ ଏ ସୂଚନା ଦିଆଯାଇଛି । ଦେଶରେ ସ୍ପୁଟନିକ ଟିକାର ଗୋଟିଏ ଡୋଜ୍ ୯୯୫ ଟଙ୍କା ୪୦ ପଇସା ପଡ଼ିବ । ତେବେ, ଦେଶରେ ଜୁଲାଇ ବେଳକୁ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ଆରମ୍ଭ ହେଲେ ଦର କମିପାରେ ବୋଲି କହିଛି ଡ. ରେଡ୍ଡୀ ଲାବ୍ରୋରୋଟରୀ ।

ମେ ୧ରେ ଋଷରୁ ସ୍ପୁଟନିକ ଭି ଟିକା ଆଣି ପ୍ରଥମ ବିମାନ ଭାରତରେ ପହଞ୍ଚିଥିଲା । ଆଗକୁ ଆହୁରି ଟିକା ଋଷରୁ ଆସିବ ବୋଲି ଜଣାପଡ଼ିଛି । ଏହି ଭ୍ୟାକ୍ସିନର ସର୍ବୋଚ୍ଚ ମୂଲ୍ୟ ୯୪୮ ଟଙ୍କା ହୋଇଥିବା ବେଳେ ଏଥିରେ ୫ ପ୍ରତିଶତ ଜିଏସଟି ଲାଗିବ ।

ସ୍ପୁଟନିକ୍ ଭି ନିର୍ମାତା ଋଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ହାଇଦ୍ରାବାଦର ଡ. ରେଡ୍ଡୀ ଲାବ ଚୁକ୍ତି କରିଛି । ରାଜିନାମା ଅନୁସାରେ, ଡ. ରେଡ୍ଡୀ ଲାବ ଭାରତ ସହ ଅନ୍ୟ ଦେଶକୁ ଟିକା ଦେବ । ସ୍ପୁଟନିକ୍ ଭି ଟିକାର ଟ୍ରାଏଲ୍ ଋଷିଆ, ଭାରତ ସହ ୟୁଏଇରେ ହୋଇଥିଲା । ଏହି ଭ୍ୟାକ୍ସିନ ୯୧.୬ ପ୍ରତିଶତ ପ୍ରଭାବୀ ବୋଲି କୁହାଯାଉଛି । ଜୁଲାଇରୁ ଦେଶରେ ୧୫.୬ କୋଟି ସ୍ପୁଟନିକ ଭି ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.