Latest Odisha News

BREAKING NEWS

ଆଜିଠୁୂ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷର ପିଲାଙ୍କ ଲାଗି କରୋନାର ଟିକାକରଣ । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯିବ । କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ଟିକାକରଣ କରାଯିବ । ଟିକାଦାନ ଲାଗି ପଞ୍ଜିକରଣ ଚାଲିଛି । ସମସ୍ତଙ୍କୁ କୋଭାକ୍ସିନ ଡ଼ୋଜ୍ ଦିଆଯିବ । ଏଥିପାଇଁ ଉଭୟ ଅନଲାଇନ୍ ଓ ଅନସାଇଟରେ ପଞ୍ଜିକରଣ କରାଯାଉଛି ।

କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ରଭାବେ ପ୍ରାୟ ୯୩୯ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ମାସକ ମଧ୍ୟରେ କିଶୋରଙ୍କ ପ୍ରଥମ ଡ଼ୋଜ୍ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ, କଲେଜରେ ମଧ୍ୟ ଟିକାକରଣ କରାଯିବ ।

ସ୍କୁଲରେ ପାଠପଢ଼ୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟିକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିବେ । ସ୍କୁଲ ଅଧ୍ୟକ୍ଷମାନେ ତାଲିକା ପ୍ରସ୍ତୁତ କରିବେ । ତାଲିକା ଅନୁସାରେ ସିଡ଼ିଏମଓ ଟିକାକରଣ ବ୍ୟବସ୍ଥା କରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.