Latest Odisha News

BREAKING NEWS

ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଖସୁଛି ପାରଦ, ବଢ଼ୁଛି ଶୀତ । କୋହଲା ପାଗକୁ ଥଣ୍ଡା ପବନ । ଆସନ୍ତା ୨ ଦିନରେ ଚାରି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତ ହେବ । ଏନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ରାତିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ କମିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ଶୀତର ଲହରୀ ଅଧିକ ଦେଖାଦେବ । ଏଥିପାଇଁ ୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆଗାମୀ ୫ଦିନ ଯାଏଁ ପାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଏଥିପାଇଁ ପାଗ ଶୁଖିଲା ଓ ଖରାଟିଆ ରହିବ । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ପୁଣି ଜାଡ଼ ବଢ଼ିବା ଆରମ୍ଭ କରିଛି । ଗତ ୨୪ଘଣ୍ଟାରେ ଅନୁଗୁଳ, କୋରାପୁଟ, କଳାହାଣ୍ଡି. କନ୍ଧମାଳ ଓ ବଲାଙ୍ଗିର ଆଦି ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା । ଦାରିଙ୍ଗବାଡ଼ିରେ ୮ ଡ଼ିଗ୍ରୀ ସେଲିସିୟସ ରହିଥିଲା । ଏପଟେ ବଣାଇରେ ୧୦ ଡ଼ିଗ୍ରୀ ତଳକୁ ଖସିଛି ପାରଦ । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସ୍ଥାନେ ସ୍ଥାନରେ ଲୋକେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.