Latest Odisha News

ପୁରୀର କେଉଁ ଗ୍ରାମରେ ୧୧ ଦିନିଆ ସଟଡାଉନ୍ ଘୋଷଣା, ଜାଣନ୍ତୁ

ପୁରୀ: ଓଡିଶାରେ ଦିନକୁ ଦିନ କରୋନାର ପ୍ରକୋପ ବଢୁଥିବା ବେଳେ ଭୁବନେଶ୍ୱର, କଟକ, ଭଦ୍ରକ ଓ ଯାଜପୁର ପରେ ଏବେ ପୁରୀ ଜିଲ୍ଲାର ପିପିଲି ବ୍ଲକର ଦାନଗହିର ଗ୍ରାମକୁ ୧୧ ଦିନ ଲାଗି ସଟ୍ ଡାଉନ୍ ଘୋଷଣା କରାଯାଇଛି ।

ଏହି ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏନେଇ ମଧ୍ୟ ଟ୍ୱିଟ୍ କରିଛନ୍ତି ପୁରୀ ପ୍ରଶାସନ।

ପ୍ରାପ୍ତ ସୂଚନାନୁଯାୟୀ ଆଜିଠାରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ଯାଏଁ ଏହି ସଟ୍ ଡାଉନ ଜାରି ରହିବାକୁ ଥିବା ବେଳେ ଉକ୍ତ ଅଞ୍ଚଳର ଚତୁଃପାଶ୍ୱର୍କୁ ଆବଦ୍ଧ ଅଞ୍ଚଳ ଭାବେ ମଧ୍ୟ ଘୋଷଣା କରାଯାଇଛି । ଯାହାଫଳରେ କୌଣସି ବ୍ୟକ୍ତି ଗ୍ରାମ ବାହାରକୁ ଯିବେନି କି ବାହାର ବ୍ୟକ୍ତିମାନଙ୍କୁ ମଧ୍ୟ ପ୍ରବେଶ ପାଇଁ ବାରଣ କରାଯାଇଛି ।

ଉକ୍ତ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିବା ସହ ଲୋକଙ୍କୁ ଘରୁ ବାହାରକୁ ବାହାରିବା ଲାଗି ମଧ୍ୟ ମନା କରାଯାଇଛି ।

ଏହାବ୍ୟତୀତ ସମ୍ପୃକ୍ତ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବା ପାଇଁ ପୁରୀ ଉପ-ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.