ନୂଆଦିଲ୍ଲୀ: ଏବେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ କରୋନା ଏଣ୍ଟ୍ରି ମାରିଛି । ଯାହା ପରେ ଗମ୍ଭୀର ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି । ଗମ୍ଭୀର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗମ୍ଭୀର ଟୁଇଟରେ ଲେଖିଛନ୍ତି, ମୋ ଘରେ ଏବେ କରୋନା ଭାଇରସ୍ ପ୍ରବେଶ କରିସାରିଛି । ଯେଉଁକାରଣରୁ ମୁଁ ନିଜକୁ ଘରର ଅନ୍ୟ ସଦସ୍ୟଙ୍କଠାରୁ ଆଇସୋଲେଟ୍ କରିନେଇଛି ।
ଏହା ଜାଣିବା ପରେ ମୁଁ ନିଜର କୋଭିଡ୍ ଟେଷ୍ଟ କରାଇଛି । ତେବେ ରିପୋର୍ଟକୁ ଅପେକ୍ଷା କରିଛି । ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ଗାଇଡଲାଇନର ଅନୁସରଣ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତି । ଦିଲ୍ଲୀରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ିବାରେ ଲାଗିଛି ।
Comments are closed.