Latest Odisha News

BREAKING NEWS

ଟିଭି ପାଇଁ ପୁଅ ହାତରେ ମଲା ବାପା !

ଉତ୍ତରପ୍ରଦେଶ: ଦେଶ ପାଇଁ ଜୀବନ ଦେବାକୁ ଜଣେ ଯବାନ ଶପଥ ଗ୍ରହଣ କରେ । ହେଲେ ନାସିରପୁର ଗାଁରେ ଜଣେ ଅବସରପ୍ରାପ୍ତ ଯବାନ କିନ୍ତୁ ବାପପୁଅର ସଂପର୍କକୁ କଳଙ୍କିତ କରିଛି । ନିଜ ବାପାକୁ ଗୁଳିକରି ହତ୍ୟା କରିଛି । ହତ୍ୟାକାଣ୍ଡ ପଛର କାରଣ ଯେତିକି ଚକିତକର ତାଠୁ ଅଧିକ ଏହି ଘଟଣା ସମସ୍ତଙ୍କୁ ତାଜୁବ କରିଛି ।

ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ଅଶୋକ କତିହାର ଗୁରୁବାର ଦିନ ନିଜ ବାପା ଲାଲା ରାମ ସହ ଯୁକ୍ତି କରିଥିଲା । ବାପା ଲାଲା ରାମ ବିଳମ୍ବିତ ରାତ୍ରୀ ଯାଏଁ ଟିଭି ଦେଖୁଥିବାରୁ ଏ ନେଇ ଅଶୋକ ବାରଣ କରିଥିଲା । ତେବେ ଟିଭି ବନ୍ଦ କରିବାକୁ କହିବାରୁ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ପରେ ଏହି ଯୁକ୍ତିତର୍କ ଏକ ନିର୍ମମ ହତ୍ୟାକାଣ୍ଡର ରୂପ ଧାରଣ କରିଥିଲା ।

ବାପାର ଟିଭି ଦେଖାକୁ ନାପସନ୍ଦ କରି ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଅଭିଯୁକ୍ତ ଅଶୋକ ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଲାଲା ରାମ୍ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ପରିବାର ଲୋକଙ୍କ ଅନୁଯାୟୀ ସେନାରୁ ଅବସର ନେବାପରେ ଅଭିଯୁକ୍ତ ଅଶୋକ ମଦ ନିଶାରେ ବୁଡିରହୁଥିଲା । ଛୋଟଛୋଟ କଥାରେ ଝଗଡା କରିବା ସହ ପରିବାର ଲୋକଙ୍କୁ ମାରଧର ବି କରୁଥିଲ । ଏହି ଘଟଣାକୁ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ଅନ୍ୟପଟେ ଜଣେ ଅବସରପ୍ରାପ୍ତ ଯବାନଙ୍କ ଏଭଳି ନାରକୀୟ କାଣ୍ଡକୁ ଅନେକ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.