Latest Odisha News

BREAKING NEWS

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢୁଛି । ଖାସ କରି ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢୁଛି । ଏହାକୁ ନଜରରେ ରଖି ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ରାଜ୍ୟରେ ଏବେ ପିଜିଟିଭିଟି ୨୦ ତଳେ ରହିଛି । ହସ୍ପିଟାଲାଇଜେସନ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସମୀକ୍ଷା କରିଥିଲେ। ଏହି ସମୟରେ ଟିକାକରଣ ଏବଂ କରୋନା ନିୟମ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି କରୋନା ପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି । ସମସ୍ତ ଜିଲ୍ଲାକୁ ଏ ନେଇ ସତର୍କ ରହିବାକୁ କୁହାଯାଇଛି । ରାଜ୍ୟ ସରକାର ଆଇସିଏମଆରର ଗାଇଡ ଲାଇନ୍ ଅନୁସାରେ କାମ କରୁଛନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି।

ସେହିପରି ରାଜ୍ୟରେ ଏବେ ଟିକାକରଣ ଠିକ୍ ଭାବରେ ଚାଲିଛି । ଔଷଧ, ଅକ୍ସିଜେନ ପାଖରୁ ଆବଶ୍ୟକ କୋଭିଡ୍ ବେଡ୍ ମଧ୍ୟ ଉପଲବ୍ଧ ରହିଛି । ରାଜ୍ୟରେ ଏବେ କରୋନା ସଂକ୍ରମଣ ୨୦ ତଳେ ରହିଛି । କିନ୍ତୁ କେହି ହସ୍ପିଟାଲରେ ଭର୍ତ୍ତି ହେଉନାହାନ୍ତି। ଯଦି ସଂକ୍ରମଣ ବଢେ ତାହେଲେ ଆବଶ୍ୟକ ପଡିଲେ କୋଭିଡ୍ ହସ୍ପିଟାଲ ଖୋଲାଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଦୁଇ ସପ୍ତାହ ଭିତରେ ଦୁଇ ଗୁଣା ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଏହାପରେ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ୟୁରୋପ ଏବଂ ଚୀନରେ ସଂକ୍ରମଣର ଭୟାବହତା ଦେଖିବାକୁ ମିିଳିଛି । ବେଜିଂ ସମେତ ଶାଂଘାଇ ସମେତ ଅନେକ ସହରକୁ ଚୀନ ସରକାର ଲକଡାଉନ କରିଛନ୍ତି। ତେଣୁ ଭାରତରେ ମଧ୍ୟ ସଂକ୍ରମଣ ବଢିବାର ଆଶଙ୍କା ରହିଛି ।

Leave A Reply

Your email address will not be published.