ଭୁବନେଶ୍ୱର: ୨୪ଘଣ୍ଟା ଭିତରେ ରାଜ୍ୟରେ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯୧ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୬୩ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୨୪ଘଣ୍ଟା ଭିତରେ ଭଦ୍ରକରୁ ୩ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୨୦ଜଣ, ଦେବଗଡ଼ରୁ ୭ଜଣ, ଢ଼େଙ୍କାନାଳରୁ ୨ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୨ଜଣ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୭୯ଜଣ, ମୟୁରଭଞ୍ଜରୁ ୪ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୨ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୨ଜଣ, ଷ୍ଟେଟ୍ ପୁଲରୁ ୧୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୫୨ହଜାର ୪୭୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୨ହଜାର ୨ଜଣ ସୁସ୍ଥ ଅଛନ୍ତି । ବର୍ତ୍ତମାନ ମଧ୍ୟ ୧ହଜାର ୯୭୬ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
Comments are closed.