Latest Odisha News

BREAKING NEWS

ରାଜ୍ୟରେ ୧୦ ହଜାର ୪୮୯ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୦ ହଜାର ୪୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୮୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୪ହଜାର ୪୦୭ଜଣ ଜଣ ସଂକ୍ରମିତ ହୋଇଥିଲେ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୯୮୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୁଳରୁ ୧୫୮ଜଣ, ବାଲେଶ୍ୱରରୁ ୪୩୩ଜଣ, ବରଗଡ଼ରୁ ୧୬୬ଜଣ, ଭଦ୍ରକରୁ ୧୧୮ଜଣ, ବଲାଙ୍ଗିରରୁ ୨୩୮ଜଣ, ବୌଦ୍ଧରୁ ୮୫ଜଣ, କଟକରୁ ୭୮୬ଜଣ, ଦେଓଗଡ଼ରୁ ୪୪ଜଣ, ଢ଼େଙ୍କାନାଳରୁ ୭୦ଜଣ, ଗଜପତିରୁ ୧୦୯ଜଣ, ଗଞ୍ଜାମରୁ ୯୨ଜଣ, ଜଗତସିଂହପୁରରୁ ୨୦୭ଜଣ, ଯାଜପୁରରୁ ୧୯୫ଜଣ, ଝାରସୁଗୁଡ଼ାରୁ ୨୨୫ଜଣ, କଳାହାଣ୍ଡିରୁ ୧୬୩ଜଣ, କନ୍ଧମାଳରୁ ୫୬ଜଣ, କେନ୍ଦ୍ରାପଡ଼ାରୁ ୯୦ଜଣ, କେନ୍ଦୁଝରରୁ ୧୦୫ଜଣ, ଖୋର୍ଦ୍ଧାରୁ ୨୯୩୪ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ ୧୬୨ଜଣ, ମାଲକାନଗିରିରୁ ୫୫ଜଣ, ମୟୁରଭଞ୍ଜରୁ ୩୮୩ଜଣ, ନବରଙ୍ଗପୁରରୁ ୧୫୯ଜଣ, ନୟାଗଡ଼ରୁ ୧୯୩ଜଣ, ନୂଆପଡ଼ାରୁ ୧୦୮ଜଣ, ପୁରୀରୁ ୧୯୮ଜଣ, ରାୟଗଡ଼ାରୁ ୨୫୩ଜଣ, ସମ୍ବଲପୁରରୁ ୩୮୭ଜଣ, ସୋନପୁରରୁ ୧୬୩ଜଣ, ସୁନ୍ଦରଗଡ଼ରୁ ୧୪୪୭ଜଣ, ଷ୍ଟେଟ୍ ପୁଲରୁ ୭୦୭ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୪୪ହଜାର ୪୦୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦ଲକ୍ଷ ୬୦ହଜାର ୬୭ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୭୫୭୯୭ଜଣ ସକ୍ରିୟ ସଂକ୍ରମଣ ରହିଛନ୍ତି ।

Comments are closed.