Latest Odisha News

କୋଭିଡ୍ ମୁକାବିଲା: ୭ ମେଡିକାଲ କଲେଜର ପ୍ରଫେସରଙ୍କୁ ନେଇ ଗଠନ ହେଲା ଟେକ୍‌ନିକାଲ କମିଟି

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି କରୋନା ମାମଲା । ବଢୁଥିବା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଏକ ଟେକ୍‌ନିକାଲ କମିଟି ଗଠନ କରାଯାଇଥିବା ସୂଚନା। ଏହି ୭ ମେଡିକାଲ କଲେଜ ମଧ୍ୟରେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ, ବୁର୍ଲା ଭୀମସାର, ବଲାଙ୍ଗୀର ବିବି ମେଡିକାଲ କଲେଜ ଓ ହସ୍‌ପିଟାଲ, କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ, ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ଆଦି ରହିଛି।

ଏହି ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଗଠନ କରାଯାଇଥିବା ଏହି ଟେକ୍‌ନିକାଲ ଟିମ୍‌ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଗସ୍ତ କରି କରୋନା ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ନେଇ ସୂଚନା ମିଳିଛି।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଦେଇଥିବା ସୁଚନା ଅନୁଯାୟୀ, ଏହି ଟେକନିକାଲ ଟିମ କୋଭିଡ ଚିକିତ୍ସା ନେଇ ଡାକ୍ତରମାନଙ୍କୁ ପରାମର୍ଶ ମଧ୍ୟ ପ୍ରଦାନ କରିବେ ।

Leave A Reply

Your email address will not be published.