Latest Odisha News

BREAKING NEWS

କରୋନା ପାଇଁ ଫିକା ପଡିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ହନୁମାନ ଉତ୍ସବ

ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ବା ପୁରାଉଆଁସ । ଏହାକୁ ହନୁମାନ ଉତ୍ସବ ଐତିହାସିକ ଲଙ୍କାପୋଡି ପର୍ବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ସୁବର୍ଣ୍ଣପୁର ସହର ରେ ପାଳିତ ହେବ ଏହି ବିଶ୍ୱପ୍ରସିଦ୍ଧ ପର୍ବ । ଆଜି ସଂଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନ କୁ ନେଇ ପାଳନ କରାଯାଇଥାଏ ଏହି ପର୍ବ । ଏହାକୁ ନେଇ କୁମ୍ଭାର ସମ୍ପ୍ରଦାୟ ର କାରିଗର ମାନେ ଲାଗିପଡିଛନ୍ତି ଏହି ଟେରାକୋଟା ହନୁମାନ ବିକ୍ରି କରିବା ପାଇଁ ।

ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଉତ୍ସବ ଫିକା ପଡିବାର ସମ୍ଭାବନା ଥିବା ବେଳେ ହନୁମାନ ବିକ୍ରି ମଧ୍ୟ ହେଉନାହିଁ ।ଫଳରେ ସହରର କୁମ୍ଭାର ସଂମ୍ପ୍ରଦାୟର ଲୋକେ ଜିବୀକା ହରାଇ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଐତିହାସିକ ସୁବର୍ଣ୍ଣପୁର ସହର । ପଶ୍ଚିମଲଙ୍କା ବୋଲି ପରିଚିତ ଏହିସହର ରେ ସପ୍ତପୁରୀ ଅମାବାସ୍ୟା ତିଥି ରେ ପାଳିତ ହୁଏ ପ୍ରସିଦ୍ଧ ଲଙ୍କାପୋଡି ଉତ୍ସବ । ଏହି ନିଆରା ଉତ୍ସବ ପାଳନ କରିବା ପାଇଁ କୁମ୍ଭାର ସଂମ୍ପ୍ରଦାୟ ର କାରିଗର ମାନେ ତିଆରି କରିବାରେ ଲାଗିଛନ୍ତି ହଜାର ହଜାର ସଂଖ୍ୟାରେ ଟେରାକୋଟା ହନୁମାନ ।ସାରା ବିଶ୍ୱ ରେ କେବଳ ଏହି ସହର ରେ ହିଁ ରାମାୟଣ ବର୍ଣ୍ଣିତ ହନୁମାନ ର ଲଙ୍କାପୋଡି ଉତ୍ସବ ପାଳନ କରାଯାଉଥିବା ରୁ ସହର ବାସୀ ବେଶ ଉତ୍ସାହିତ । ଅମାବାସ୍ୟା ର ଅନ୍ଧାର ରାତି ରେ ଟେରାକୋଟା ର ହନୁମାନ ଲାଞ୍ଜରେ ନିଆଁ ଲଗାଇ ସହର ପରିକ୍ରମା କରିଥାନ୍ତି ଛୋଟ ଛୋଟ ପୁଅ ପିଲାମାନେ ।

ସାଧାରଣ ହନୁମାନ ଠାରୁ କିଛି ଟା ଅଲଗା ଭାବରେ ତିଆରି ଟେରାକୋଟାର ବିକୃତ ମୁଖା ହନୁମାନ ଏହିପର୍ବ ର ମୁଖ୍ୟ ଆକର୍ଷଣ । ହେଲେ ଏଥର କରୋନା ଯୋଗୁଁ ଏହି ଉତ୍ସବ ଫିକା ପଡିଥିବା ବେଳେ କୁମ୍ଭାର କାରିଗରମାନେ ନିଜ ସାମଗ୍ରୀ ବିକ୍ରି କରି ନ ପାରି ନିରାଶ ହୋଇଛନ୍ତି । ମାଟିରେ ଟେରାକୋଟା ହନୁମାନ ତିଆରି କରି ସୁବର୍ଣ୍ଣପୁର ସହରର ପ୍ରାୟ ଦୁଇଶହ କୁମ୍ଭାର ପରିବାର ନିଜର ଗୁଜୁରାଣ ମେଣ୍ଚାଇଥାନ୍ତି ।ବର୍ଷଜାକ ଥରେ ଆସୁଥିବା ଏହି ପର୍ବରେ ଭଲ ଦି ପଇସା ରୋଜଗାର କରିଥାନ୍ତି ଏହି ସାମଗ୍ରୀ ବିକ୍ରି କରି ।ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏହି ଉତ୍ସବ ପାଳନ ଫିକା ପଡିଥିବା ବେଳେ ପୂର୍ବରୁ ତିଆରି କରିଥିବା ଟେରାକୋଟା ହନୁମାନ ବିକ୍ରୀ ମଧ୍ୟ ହୋଇପାରୁ ନାହିଁ ।ଫଳରେ କୁମ୍ଭାର ସଂମ୍ପ୍ରଦାୟର ଲୋକେ ନିଜର ଜୀବିକା ହରାଇ ବସିଛନ୍ତି ।

ସେପଟେ ଛୋଟ ଛୋଟ ପିଲାମାନେ ପ୍ରତିବର୍ଷ ଏହି ପର୍ବରେ ହନୁମାନ ଲାଙ୍ଗୁଡରେ ନିଆଁ ଲଗାଇ ସହର ପରିକ୍ରମା କରୁଥିବା ବେଳେ ଏବେ ଅଡି ବସିଛନ୍ତି ହନୁମାନ ଆଣିବାକୁ ।ସେଥିପାଇଁ କିଛି ଅବିଭାବକ ହନୁମାନ କିଣୁଥିବା ଦେଖିବାକୁ ମିଳିଛି । ବିଶ୍ବ ପ୍ରଶିଦ୍ଧ ସୁବର୍ଣ୍ଣପୁରର ଲଙ୍କାପୋଡି ଉତ୍ସବ ଚଳିତ ବରଷ କରୋନା ଯୋଗୁଁ ଫିକା ପଡିଛି ।ଏହି ଉତ୍ସବରେ ସାମିଲ ଥିବା ବିଭିନ୍ନ ସଂମ୍ପ୍ରଦାୟର କାରିଗର ଜିବିକା ହରାଇ ବସିଥିବା ବେଳେ ଏମାନଙ୍କୁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.