Latest Odisha News

BREAKING NEWS

କରୋନାରେ ସିଂହର ମୃତ୍ୟୁ ପରେ ସବୁ ଚିଡିଆଖାନାରେ ନିଆଗଲା ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: କରୋନା କେବଳ ମାନବ ସମାଜର କ୍ଷତି କରୁଛି ତା ନୁହେଁ । ଏହା କବଳରେ ପଶୁ ମାନେ ବି ପଡିଲେଣି । ହାଇଦ୍ରାବାଦରେ ଗୋଟିଏ ସିଂହର କରୋନାରେ ମୃତ୍ୟୁ ହେବା ପରେ ଦେଶର ସବୁ ଚିଡ଼ିଆଖାନାରେ ସତର୍କ ଓ ସୁରକ୍ଷା ପଦକ୍ଷେପ ବଢାଇବାକୁ ନିର୍ଦ୍ଦେଶ ଆସିଛି।

ଜଙ୍ଗଲ ପରିବେଶ ମନ୍ତ୍ରାଳୟ ସବୁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ଚିଠି ଲେଖି ତୁରନ୍ତ ସବୁ ଚିଡିଆଖାନା ବନ୍ଦକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଚିଡିଆଖାନାରେ ପଶୁଙ୍କ ଯତ୍ନ ନେଉଥିବା ଟ୍ରେନର ବା ସହାୟକମାନଙ୍କୁ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି। ପଶୁଙ୍କ ଏନକ୍ଲୋଜରକୁ ନିୟମିତ ସାନିଟାଇଜ କରିବା ସହ ସେମାନଙ୍କ ପାଇଁ ଆସୁଥିବା ଖାଦ୍ୟ ବିଶୋଧନ କରିବାକୁ କୁହାଯାଇଛି।

ନନ୍ଦନକାନନକୁ ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରଖାଯାଇଛି। ଆବଶ୍ୟକ ହେଲେ ଏହାର ଅବଧି ବଢାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ଶଶୀ ପଲ କହିଛନ୍ତି। ଏହା ସହ ସମସ୍ତ ଚିଡିଆଖାନାରେ ସତର୍କ ଓ ସୁରକ୍ଷା ପଦକ୍ଷେପ ନେବାକୁ ସବୁ ଡିଏଫ୍‌ଓଙ୍କୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.