Latest Odisha News

BREAKING NEWS

ପୁରୀରେ କୋଭିଡ କିଓସ୍କୋ କେନ୍ଦ୍ର ଉଦଘାଟିତ

ପୁରୀ: କରୋନା ସଂପର୍କିତ ସଚେତନତା ସୃଷ୍ଟି ଓ କରୋନା ପ୍ରତିରୋଧକ ସାମଗ୍ରୀ ବିକ୍ରୟ ନିମନ୍ତେ କୋଭିଡ କିଓସ୍କୋ କେନ୍ଦ୍ର ଉଦଘାଟିତ ହୋଇଛି।

ଆଚାର୍ଯ୍ୟ ହରିହର ଛକ ନିକଟରେ ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ଉଦଘାଟିତ କରିଛନ୍ତି ।

ଜିଲ୍ଲାପ୍ରଶାସନ ସହାୟତାରେ ଓରମାସ ପକ୍ଷରୁ ଏହି କେନ୍ଦ୍ର ପ୍ରାଥମିକ ଭାବେ ଏକ ମାସଧରି ଚାଲିବ ବୋଲି ସୂଚନା ମିଳିଛି।

ଏଠାରେ ମାସ୍କ, ହ୍ୟାଣ୍ଡୱାସ, କାଢା ପ୍ରସ୍ତୁତ ସାମଗ୍ରୀ ସହ ବିଭିନ୍ନ ସ୍ବଂୟ ସହାୟକ ସଂଘ ଓ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ସାମଗ୍ରୀ ସୁଲଭ ଦରରେ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ।

ଏହାଦ୍ବାରା ଗ୍ରାହକ ମାନେ ଉପକୃତ ହେବା ସହ ମହିଳାମାନଙ୍କ ଆର୍ଥିକ ବିକାଶ ହେବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୀତି ରଞ୍ଜନ ସେନ, ଓରମାସ ଡେପୁଟି ସିଇଓ ପ୍ରଶାନ୍ତ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମହାପାତ୍ର, ଓରମାସର ବିଜୟ କୁମାର ଛାଟୋଇ, ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.