ଭୁବନେଶ୍ୱର: ଏବେ ସାରା ରାଜ୍ୟରେ ଲକ୍ଡାଉନ୍ ଚାଲିଥିବା ବେଳେ କିଛି ହୋମ୍ ଡେଲିଭରି ସଂସ୍ଥା ଗୁଡ଼ିକ ବଜାର ଦରଠାରୁ ଅଧିକ ଚଢା ଦରରେ ସାମଗ୍ରୀ ବିକ୍ରି କରୁଥିବାର ଅଭିଯୋଗ ଆସୁଛି ।
ଏହି ଅସାଧୁ ହୋମ ଡେଲିଭରି ସଂସ୍ଥାଗୁଡ଼ିକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ଧରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
“ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇ ଦେଉଥିବା ପ୍ରାୟ ସମସ୍ତ ହୋମ୍ ଡେଲିଭରି ସଂସ୍ଥା ଗୁଡ଼ିକୁ ଆମେ ଚଢା ଦରରେ ବିକ୍ରି ନକରିବାକୁ ପୂର୍ବରୁ ଅବଗତ କରିଛୁ । ଗୋଟିଏ ସଂସ୍ଥାର ସହରରେ ୨୧ଟି ଷ୍ଟୋର୍ ରହିଛି ।” ଏହା ସୂଚନା ଦେଇ କହିଛନ୍ତି ବିଏମସିର ଜଣେ ଅଧିକାରୀ ବୋଲି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।
Comments are closed.