ଭୁବନେଶ୍ୱର: କରୋନା ପରିଚାଳନା କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି, ପଶ୍ଚିମ ଓଡିଶାରେ ସ୍ଥିତି ସାଂଘାତିକ ହେଲାଣି । ଆଗ ଅପେକ୍ଷା ବର୍ତ୍ତମାନ ବହୁ ସଂଖ୍ୟାରେ ସଂକ୍ରମିତ ଏହି ଜିଲ୍ଲାରୁ ଆସୁଛି। ହେଲେ ସରକାର ଏଠି କିଛି ବ୍ୟବସ୍ଥା ନକରି ଅଧିରୁ ଅଧିକ ଡାକ୍ତରଙ୍କୁ ଗଂଜାମ ଜିଲ୍ଲାକୁ ପଠାଇଦେଇଛନ୍ତି ।
ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଟେଷ୍ଟ ମଧ୍ୟ ଅଧିକ ପରିମାଣରେ ହେଉନାହିଁ । ବେଡ୍ କି ଆଇସିୟୁ ବୃଦ୍ଧି କରାଯାଉନି । ଖାଲି ଗଂଜାମ, କଟକ ଓ ଖୋର୍ଦ୍ଧାକୁ ଫୋକସ ଦେଲେ ଚଳିବ ନାହିଁ ବୋଲି ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି ।
ସେପଟେ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ କହିଛନ୍ତି କରୋନାକୁ ନେଇ ରାଜନୀତି କରାନଯାଉ । ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାକୁ ଫୋକସରେ ରଖିଛନ୍ତି । ପଶ୍ଚିମ ଓଡିଶାରେ ସ୍ଥିତି ଭଲ ରହିଛି । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଓଡିଶାର ସବୁ ଅଂଚଳକୁ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କିଛି ବାଛ ବିଚାର କରୁନାହାଁନ୍ତି ବୋଲି ସେ କହିଛନ୍ତି ।
Comments are closed.