Latest Odisha News

BREAKING NEWS

ଆଜି ରାଜଧାନୀରେ ୯୧ ନୂଆ ଆକ୍ରାନ୍ତ, ୯୯ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରର ୯୧ ଜଣ ଥିବା ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଭୁବନେଶ୍ୱରରେ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

BjdElectrycity

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆଇଆର୍‌ସି ଭିଲେଜରୁ ଜଣେ, ଲକ୍ଷ୍ମୀସାଗରରୁ ୨ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ, କୋଳଥିଆରୁ ଜଣେ, ପୋଖରିପୁଟରୁ ୨ ଜଣ, ପାତ୍ରପଡାରୁ ଜଣେ, ଜଗନ୍ନାଥ ନଗରରୁ ଜଣେ, ଖଣ୍ଡଗିରିରୁ ଜଣେ, ଡୁମୁଡୁମାରୁ ୨ଜଣ, ସହିଦନଗରରୁ ଜଣେ, ଶୈଳେଶ୍ରୀ ବିହାରରୁ ଜଣେ, ୟୁନିଟ-୩ ଖାରବେଳ ନଗରରୁ ଜଣେ, ବରମୁଣ୍ଡାରୁ ଜଣେ ଓ ଝାରପଡାରୁ ଜଣେ ଅଛନ୍ତି । ସେହିପରି ଜଣେ ପ୍ରାଇଭେଟ ହସ୍ପିଟାଲ ସ୍ୱାସ୍ଥ୍ୟକର୍ମୀ ଓ ଜଣେ ସରକାରୀ ହସ୍ପିଟାଲର ସୁକ୍ୟୁରିଟି ଗାର୍ଡ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.