Latest Odisha News

BREAKING NEWS

ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା, ମରୁଡି ଆଶଙ୍କା

ଭୁୁବନେଶ୍ୱର: ରାଜ୍ୟରେ ଏଥର ମୌସୁମୀ ସଅଳ ଆସିଲା । ହେଲେ ଉଭାନ ହୋଇଯାଇଛି ବର୍ଷା । ଜୁନ୍ ଆରମ୍ଭରୁ ଜୁଲାଇ ୨୧ ତାରିଖ ଯାଏ ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଫଳରେ ୧୧ଟି ଜିଲ୍ଲାରେ ମରୁଡି ଆଶଙ୍କା ଉପୁଜିଛି । ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି । ସେପଟେ ରାଜ୍ୟର ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ପୁରୀ ଜିଲ୍ଲାରେ ସବୁଠୁ କମ୍ ବର୍ଷା ରେକର୍ଡ ହୋଇଛି ।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀଙ୍କ ଚିନ୍ତା ବଢିଥିବା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି , ବର୍ତ୍ତମାନ ଚାଷୀ ଭାଇ ମାନେ ତଳି ପକାଇ ପାରିନାହାଁନ୍ତି । ସରକାର ତୁରନ୍ତ ଯେଉଁ ଯେଉଁ ଜିଲ୍ଲାରେ ବର୍ଷା କମ୍ ହୋଇଛି ସେ ଜିଲ୍ଲାରେ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରନ୍ତୁ । ଚାଷୀଙ୍କ ଋଣ ଛାଡ କରାଯାଉ । ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ, ବିଭିନ୍ନ ଜିଲ୍ଲାରେ କମ୍ ବର୍ଷା ଯୋଗୁଁ ଚାଷୀ ହତାଶ ହୋଇପଡିଛନ୍ତି । ଚାଷୀ ବୀମା ମଧ୍ୟ ପାଇନାହାଁନ୍ତି । ଏଭଳି ସ୍ଥିତିରେ ଚାଷୀଙ୍କୁ ସରକାର ତୁରନ୍ତ ସହାୟତା ଯୋଗାଇଦିଅନ୍ତୁ ।

Leave A Reply

Your email address will not be published.