ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାଜଧାନୀ ଅନ୍ତର୍ଗତ ଡୁମଡୁମାର କିଛି ଅଞ୍ଚଳକୁ ଶନିବାର ଦିନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରିଛି ।
ଏସମ୍ପର୍କରେ ବିଏମସି କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସୁବାଷ ନଗର ବସ୍ତିରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ ।
ଅଧିକ ପଢନ୍ତୁ: ଭୁବନେଶ୍ୱରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ
କରୋନା ସଂକ୍ରମଣକୁ ରୋକିବା ଲାଗି ସମ୍ପୂର୍ଣ୍ଣ ବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଡୁମଡୁମାର ଯେଉଁ ଅଞ୍ଚଳ ଗୁଡ଼ିକ କଣ୍ଟେନମେଣ୍ଟ ଜୋନ ଘୋଷିତ ହେଲା:
ହନୁମାନ ମନ୍ଦିର ରୁ ପ୍ଲଟ୍ ନଂ ୩୨୩
ପ୍ଲଟ୍ ନଂ ୩୨୩ରୁ ପ୍ଲଟ୍ ନଂ ୨୬୧ ଏବଂ ୨୫୮
ପ୍ଲଟ୍ ନଂ ୨୬୧ ଏବଂ ୨୫୮ରୁ ହନୁମାନ ମନ୍ଦିର
ଏପରିକି ବିଏମସି ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ରହିଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିବ । ସଂପୃକ୍ତ ଅଞ୍ଚଳରେ ଯାତାୟାତ ଉପରେ କଟକଣା ରହିବା ସହିତ ଆସନ୍ତା ୭ ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନର ସମସ୍ତ ନିୟମ ପାଳନ କରାଯିବ ।
Comments are closed.