ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୭୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୭୯ ଓ ସ୍ଥାନୀୟ ସଂକ୍ରମଣରୁ ୧୧୨୪ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷ ମଧ୍ୟରେ ୪୦୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, କଟକ, ସମ୍ବଲପୁର, ଷ୍ଟେଟ୍ ପୁଲରୁ ସଂକ୍ରମିତ ସଂଖ୍ୟା ବଢ଼ୁଥିବାବେଳେ ଏବେ ଚିନ୍ତା ବଢ଼ାଇଛି ।
ଅନୁଗୁଳରୁ ୭ଜଣ, ବାଲେଶ୍ୱରରୁ ୭୩ଜଣ, ବରଗଡ଼ରୁ ୭୫ଜଣ, ଭଦ୍ରକରୁ ୫ଜଣ, ବଲାଙ୍ଗିରରୁ ୫୪ଜଣ, ବୌଦ୍ଧରୁ ୭ଜଣ,କଟକରୁ ୧୯୧ଜଣ, ଦେବଗଡ଼ରୁ ୩୭ଜଣ, ଢ଼େଙ୍କାନାଳରୁ ୩ଜଣ, ଗଜପତିରୁ ୯ଜଣ, ଗଞ୍ଜାମରୁ ୨୭ଜଣ, ଜଗତସିଂହପୁରରୁ ୧୩ଜଣ, ଯାଜପୁରରୁ ୭୮ଜଣ, ଝାରସୁଗୁଡ଼ାରୁ ୧୦୬ଜଣ, କଳାହାଣ୍ଡିରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି କନ୍ଧମାଳରୁ ୩ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, କେନ୍ଦୁଝରରୁ ୩୩ଜଣ, ଖୋର୍ଦ୍ଧାରୁ ୯୨୬ଜଣ, କୋରାପୁଟରୁ ୧୯ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୪୨ଜଣ, ନବରଙ୍ଗପୁରରୁ ୨୯ଜଣ, ନୟାଗଡ଼ରୁ ୬ଜଣ, ନୂଆପଡ଼ାରୁ ୧୦ଜଣ, ପୁରୀରୁ ୫୪ଜଣ, ରାୟଗଡ଼ାରୁ ୨୨ଜଣ, ସମ୍ବଲପୁରରୁ ୧୭୯ଜଣ, ସୋନପୁରରୁ ୧୦ଜଣ, ସୁନ୍ଦରଗଡ଼ରୁ ୪୫୪ଜଣ, ଷ୍ଟେଟ୍ ପୁଲରୁ ୨୧୧ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୬୨ହଜାର ୪୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦ଲକ୍ଷ ୪୫ହଜାର ୭୧୮ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୮ହଜାର ୨୩୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
Comments are closed.