Latest Odisha News

BREAKING NEWS

ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ‘ମୋ ବସ୍’, ରେଲୱେ ଓ ବିମାନବନ୍ଦରରୁ ମିଳିବ ସେବା

ଭୁବନେଶ୍ୱର: ଆସନ୍ତାକାଲି ଶନିବାର ଓ ରବିବାର ୨ ଦିନ ଲାଗି ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି । ଫଳରେ ଆଜି ରାତିରୁ ନାଇଟ୍ କର୍ଫ୍ୟୁ ସହ କଟକଣା ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏହି ସମୟରେ ‘ମୋ ବସ୍’ ସେବା ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି କ୍ରୁଟ୍ କର୍ତ୍ତୃପକ୍ଷ ।

ତେବେ, ଏହି ସମୟରେ ବିମାନ ଓ ରେଳରେ ଆସୁଥିବା ଯାତ୍ରୀଙ୍କ ଲାଗି ‘ମୋ ବସ୍’ ସେବା ଜାରି ରହିବ । କଟକ ଓ ଖୋର୍ଦ୍ଧା ରେଳ ଷ୍ଟେସନରୁ ‘ମୋ ବସ୍’ ମିଳିବ । ତା’ଛଡ଼ା ବିମାନବନ୍ଦରରୁ ରେଲୱେ ଷ୍ଟେସନକୁ ବସ୍ ସେବା ଯୋଗାଇବ ବୋଲି କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.