ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବଢାଇଲା ବିଏମସି । ଟିଫିନ୍ ଦୋକାନ, ଚା’ ଦୋକାନ, ଗୁପ୍ଚୁପ୍, ଦହିବରା ଓ ଜୁସ୍ ଷ୍ଟଲରେ ଭିଡ଼ ନଜମାଇବା ପାଇଁ ପାଇଁ ତାଗିଦ୍ କରାଯାଇଛି । ଅଧିକ ଗହଳି ହେଲେ ପୂର୍ବ ପରି ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ଅଫିସରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ସପିଂ ମଲ, ସିନେମା ହଲ୍, ଅଡିଟୋରିୟମରେ କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉଛି ନାହିଁ, ତାର ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି କରାଯିବ ବୋଲି ବିଏମସି ସୂଚନା ନେଇଛି ।
ସେପଟେ ସଂକ୍ରମଣ ବଢ଼ୁଥିବାର ଦେଖି ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଯେଉଁ ଲକ୍ଷଣ ଦେଖାଦେଉଛି, ତାହା ସେତେଟା ଗୁରୁତର ନୁହେଁ । ତେବେ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ ମିଶ୍ର ।
ସେହିପରି କଟକ, ଭୁବନେଶ୍ୱର, ରାଉରକେଲା ଓ ପୁରୀରେ ସଂକ୍ରମଣ ବଢ଼ୁଥିଲେ ବି ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । ସେପଟେ, ରାଜ୍ୟରେ ଆଜି ୫୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Comments are closed.