Latest Odisha News

BREAKING NEWS

ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଉପରେ ‘ସୁପ୍ରିମ୍’ ବ୍ରେକ୍

ନୂଆଦିଲ୍ଲୀ: ଶିବସେନାର ଉଭୟ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଯାହା ସମସ୍ତ ବିଧାୟକ ବିଶେଷକରି ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ବାଚସ୍ପତି ବର୍ତ୍ତମାନ ବିଧାୟକଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା କରିବା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ହେବନି ଏବଂ କୋର୍ଟର ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମାମଲା ସ୍ଥଗିତ ରହିଲା।

ମହାରାଷ୍ଟ୍ର ସହ ଜଡିତ ସମସ୍ତ ଆବେଦନ ଉପରେ ଜୁଲାଇ ୧୧ରେ ଶୁଣାଣି  ହେବ ବୋଲି ସ୍ଥିର କରାଯାଇଥିଲା। ୩୯ ବିଧାୟକଙ୍କ ଅଯୋଗ୍ୟ କରିବା ଆବେଦନର ଶୁଣାଣି ଜୁଲାଇ ୨୭ ପାଇଁ ସୁପ୍ରିମକୋର୍ଟରେ ତାଲିକାଭୁକ୍ତ ହୋଇଥିଲା। କିନ୍ତୁ ଆଜି (ଜୁଲାଇ ୧୧) ଏହି ଆବେଦନ ତାଲିକାଭୁକ୍ତ ହୋଇନଥିଲା। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କପିଲ ସିବଲ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ।

ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଛନ୍ତି, ବାଚସ୍ପତି ଏ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଏବାବଦରେ ବିଚାର କରିବାକୁ  ସମୟର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ତୁରନ୍ତ ଖଣ୍ଡପୀଠ ଗଠନ ହୋଇପାରିବ ନାହିଁ। କୋର୍ଟ ପ୍ରଥମେ ସମସ୍ତ ପକ୍ଷଙ୍କ ପକ୍ଷ ଶୁଣିବେ ଏବଂ ପରେ ନିଷ୍ପତ୍ତି ନେବେ। ଏହା ପରେ ବିଧାନସଭାର ବାଚସ୍ପତି ନିଷ୍ପତ୍ତି ନେବା ଉଚିତ୍।

ଉଲ୍ଲେଖଯୋଗ୍ୟ,  ଜୁଲାଇ ୧୧ରେ ମହାରାଷ୍ଟ୍ର ସହ ଜଡିତ ଦୁଇଟି ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା। ପ୍ରଥମ ମାମଲା ୧୬ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ସହିତ ଜଡିତ ଥିଲା। ଶିବସେନା ଦାଖଲ କରିଥିବା ଆବେଦନ ଉପରେ ଦ୍ୱିତୀୟ ଶୁଣାଣି ହେବ ଯେଉଁଥିରେ ଦଳ ରାଜ୍ୟପାଳଙ୍କ ଜୁନ୍ ୩୦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି। ପ୍ରକୃତରେ ସରକାର ଗଠନ ପାଇଁ ରାଜ୍ୟପାଳ ଏକନାଥ ସିନ୍ଦେଙ୍କୁ ଡାକିଥିଲେ। ତେବେ ଏହି ମାମଲାଗୁଡ଼ିକ ମଧ୍ୟରୁ କୌଣସିଟି ସୋମବାର ସୁପ୍ରିମକୋର୍ଟରେ ତାଲିକାଭୁକ୍ତ ହୋଇନାହିଁ।

Leave A Reply

Your email address will not be published.