Latest Odisha News

BREAKING NEWS

ଭିମସାରରେ କୋଭିଡ଼ ଆକ୍ରାନ୍ତ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଜଣ ଡ଼େଲଟା ଭାରିଆଣ୍ଟ ଚିହ୍ନଟ

ସମ୍ବଲପୁର: ବୁର୍ଲା ଭୀମସାରର କୋଭିଡ଼ ଆକ୍ରାନ୍ତ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆସିଲା ଜେନୋମ ସିକ୍ୟୁଏନ୍ସିଂ ରିପୋର୍ଟ । ଜେନମ ସିକ୍ୟୁଏନ୍ସିଂରୁ ୨ଜଣ ଡ଼େଲଟା ଭାରିଆଣ୍ଟରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ପରୀକ୍ଷା ହୋଇଥିବା ୧୧ଟି ନମୂନାରୁ ଅନ୍ୟ ୯ଟି ଡ଼େଲଟାର ଅନ୍ୟ ଭାରଆଣ୍ଟରେ ଆକ୍ରାନ୍ତ ରହିଥିବା ଭୀମସାରର ଡ଼ିନ୍ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜେନୋମ ସିକ୍ୟୁଏନ୍ସିଂ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୧ଟି ସ୍ୱାବ ଭୁବନେଶ୍ୱର ପଠା ଯାଇଥିଲା । ଏଥିମଧ୍ୟରୁ ୧୧ଟି ନମୂନାରୁ ୨ଜଣ ଡ଼େଲଟା ଭାରିଆଣ୍ଟରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଅନ୍ୟ ୯ଜଣ ଡ଼େଲଟାର ଅନ୍ୟ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ନଭେମ୍ବର ହୋଇଥିବା ବାର୍ଷିକ କାର୍ଯ୍ୟକ୍ରମ ଉକ୍ରର୍ଷ-୨୦୨୧ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ଼ ଲକ୍ଷଣ ଦେଖାଦେଇଥିଲା ।

Leave A Reply

Your email address will not be published.