Latest Odisha News

BREAKING NEWS

ଦିଲ୍ଲୀରେ କରୋନା ମୁକାବିଲା ପାଇଁ ୧୨ ସୂତ୍ରୀ ପ୍ଲାନ୍, ଦିନକୁ ହେବ ଲକ୍ଷେ ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକିବାଲା ସହ ଟ୍ରେସିଂ, ଟ୍ରେସିଂ ଓ ଟିର୍ଟମେଣ୍ଟ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । କୋଭିଡ୍ ଟେଷ୍ଟକୁ ଦ୍ୱିଗୁଣିତ କରାଯିବ । ଅର୍ଥାତ ଖୁବଶୀଘ୍ର ଦୈନିକ ଲକ୍ଷେ କୋଭିଡ୍ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି । ଏବେ ପ୍ରତିଦିନ ୬୦ ହଜାର ଟେଷ୍ଚ ହେଉଛି ।

BjdElectrycity

ଦେଶରେ ରାଜଧୀନୀରେ କରୋନା ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଲଳି ୧୨ ସୂତ୍ରୀ ପଦକ୍ଷେପ ନିଆଯାଇଛି । କରୋନା ବ୍ୟାପିବା ଆଶଙ୍କା ରହିଥିବା ଅଞ୍ଚଳରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଆଇସିଏମଆରଙ୍କ ମୋବାଇଲ ଟେଷ୍ଟିଂ ଭ୍ୟାନ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ।

ସଂକ୍ରମଣ ବଢୁଥିବାରୁ ବିଭିନ୍ନ ହସ୍ପିଟାଲରେ ବଢିବ ବେଡ୍ ସଂଖ୍ୟା । ଭିତ୍ତିଭୂମିର ବିକାଶ ସହ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯିବ । ଡିଆରଡିଓର କୋଭିଡ୍ ହସ୍ପିଟାଲରେ ୨୫୦ରୁ ୩୦୦ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି କ୍ୱାରେଣ୍ଟାଇନ ଓ ଆଇସୋଲେସନରେ ରହୁଥିବା ଆକରାନ୍ତଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ । ଦିଲ୍ଲୀ ସରକାରଙ୍କୁ ଅଧିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅକ୍ଟୋବର ୨୦ ତାରିଖ ପରଠୁ ଦିଲ୍ଲୀରେ କ୍ରମାଗତ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି ।

Leave A Reply

Your email address will not be published.