Latest Odisha News

BREAKING NEWS

ଭଲ ଖବର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ କେସ୍

ଭୁବନେଶ୍ୱର: କରୋନା ସହ ଲଢେ଼ଇ ଭିତରେ ରାଜ୍ଯ ଦେଇଛି ଖୁସି ଖବର । ବଢୁଛି ସୁସ୍ଥତା ହାର। କମୁଛି ଆକ୍ଟିଭ କେସ୍। ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ସକ୍ରିୟ ମାମଲା । ଆଜି ରାଜ୍ୟରୁ ୧୩ ଶହ ୪୬ ସଂକ୍ରମିତ ସୁସ୍ଥ ହେବା ପରେ ଆକ୍ଟିଭ ସଂଖ୍ୟା ୯ ହଜାର ୨୧୭କୁ ଖସିଛି।

ବର୍ତ୍ତମାନ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କର ୨.୯୮% ରୋଗୀ ଚିକିତ୍ସାଧୀନ ଅଛନ୍ତି। କରୋନାରୁ ସୁସ୍ଥ ହେଲେଣି ମୋଟ୍ ୨ ଲକ୍ଷ ୯୭ ହଜାର ୮୬୨ ସଂକ୍ରମିତ। ସୁସ୍ଥହାର ୯୫.୫୦% ରହିଛି। ଏବେ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୭୫୩ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିଲେ। ମହାମାରୀ ନେଇଥିଲା ଆଉ ୧୭ ଆକ୍ରାନ୍ତଙ୍କ ଜୀବନ। ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ହଜାର ୬୫୯କୁ ବୃଦ୍ଧି ପାଇଛି। ମୃତ୍ୟୁସଂଖ୍ୟା ୧୫ ଶହ ୨୭ ।

 

Leave A Reply

Your email address will not be published.