ନୂଆଦିଲ୍ଲୀ: ଜାନୁଆରୀ ୧୬ରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଟିକାକରଣ କରାଯାଇଥିଲା। ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।
କରୋନା ଟିକାକରଣର ପରବର୍ତ୍ତୀ ପର୍ଯ୍ୟାୟ ମାର୍ଚ୍ଚ ୧ ରୁ ୬୦ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆରମ୍ଭ ହୋଇଥିଲା। ଏପ୍ରିଲ ୧ ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା।
ତେବେ CoWIN ଡ୍ୟାସବୋର୍ଡ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ୯୦,୧୦,୦୪,୨୭୦ କୋଭିଡ ଟିକାକରଣ କରାଯାଇଛଇ। ଏଥିମଧ୍ୟରୁ ୬୫,୬୯,୫୬,୨୯୯ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୨୪,୪୦,୪୭,୯୭୧ ଜଣ ଦ୍ବିତୀୟ ଡୋଜ କରୋନା ଟିକା ନେଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୬,୭୦,୪୬,୬୩୩ ପୁରୁଷ ଟିକାକରଣ ହୋଇଥିବାବେଳେ ୪୩,୦୩,୦୯,୯୮୫ ଜଣ ମହିଳାଙ୍କୁ ଟିକା ଦିଆଯାଇଛି।
Comments are closed.