Latest Odisha News

BREAKING NEWS

୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ, ୧୮୮୨ଜଣ କିଶୋର ନେଲେଣି ଟିକା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟିକାକରଣ । ଜାନୁଆରୀ ୧ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧ହଜାର ୮୮୨ ଜଣ ଟିକା ନେଇସାରିଲେଣି । ରାଜ୍ୟରେ ୩ ହଜାର ୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏହାସହ ପିଲାଙ୍କ ପାଇଁ କରାଯାଇଛି ୯୩୯ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ।

ସମସ୍ତ ଟିକାକରଣ କେନ୍ଦ୍ରରେ ସୁରଖୁରରେ ଚାଲିଛି ଟିକାକରଣ । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ଟିକା ନେଉଛନ୍ତି । ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ମଧ୍ୟ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇପାରୁଛନ୍ତି । ସମସ୍ତ କୋଭିଡ଼ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି ।

ଗଣଶିକ୍ଷା ବିଭାଗ ସହିତ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହୋଇଛି । ଯେଉଁ ସ୍କୁଲରେ ସୁବିଧା ଥିବ ସେହି ସ୍କୁଲରେ ମଧ୍ୟ ଟିକାକରଣ କେନ୍ଦ୍ର ଖୋଲାଯିବ । ତେବେ ପ୍ରତି ସ୍କୁଲ ଓ କଲେଜରେ ଟିକା ନେବା ପାଇଁ କେତେ ପିଲା ଅଛନ୍ତି ତାହାର ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.