Latest Odisha News

BREAKING NEWS

କୋଭିଡ୍‌ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ କୋଭିଡ୍‌ ଯୋଦ୍ଧାଙ୍କ ନିଆରା ପ୍ରୟାସ

ଗୁଜରାଟ: ଡାକ୍ତରଖାନାରେ କୋଭିଡ ରୋଗୀଙ୍କୁ ମନୋରଞ୍ଜନ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଗୁଜୁରାଟର ଭଦୋଦରାସ୍ଥିତ ପାରୁଲ ସେବାଶ୍ରମ ହସ୍ପିଟାଲରେ ଏହି ଭିଡିଓ ରେକର୍ଡ କରାଯାଇଛି। ମୁମ୍ବାଇର ଲୋକପ୍ରିୟ ଫଟୋଗ୍ରାଫର ଭାଇରାଲ ଭାୟାନି ଏହି କ୍ଲିପକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଏହି କ୍ଲିପ୍‌ରେ ହସ୍ପିଟାଲ୍‌ର କିଛି ସ୍ୱାସ୍ଥ୍ୟ କର୍ମୀ ୯୦ ଦଶକର ହିଟ୍ ଗୀତ ‘ସୋଚନା କୟା ଜୋ ଭୀ ହୋଗା ଦେଖା ଯାୟେଗା’ ମାଧ୍ୟମରେ ନୃତ୍ୟ ପରିବେଷଣ କରି ରୋଗୀଙ୍କ ମନୋରଞ୍ଜନ କରୁଛନ୍ତି। ସେଠାରେ ଥିବା ରୋଗୀମାନେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ କରତାଳି ଦେଇ ଆନନ୍ଦିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡିଓ;

 

Comments are closed.